Latest Odisha News

BREAKING NEWS

ପଦ୍ମ ଧରିଲେ ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ନେତା ଦାମୋଦର ରାଉତ ଏବଂ ସମୀର ଦେଙ୍କ ଉପସ୍ଥିତିରେ ପ୍ରକାଶ ମିଶ୍ର ବିଜେପିରେ ଯୋଗଦାନ କରିଛନ୍ତି ।


ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ହେଉଛନ୍ତି ଦ୍ୱିତୀୟ ଚର୍ଚ୍ଚିତ ସରକାରୀ ଅଫିସର । ଯିଏକିି ପଦ୍ମ ପୋଖରୀକୁ ଲମ୍ଫ ପ୍ରଦାନ କରିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାର ପୋଲିସ ଡ଼ିଜି ଥିଲେ ପ୍ରକାଶ କୁମାର ମିଶ୍ର । ଏଥର ସାଧାରଣ ନିର୍ବାଚନରେ କିନ୍ତୁ ସେ ବିଜେପିର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଘୋଷିତ ହୋଇସାରିଥିବା ବେଳେ ଏବେ କଟକ ଲୋକସଭା ଆସନ ଲାଗି ପ୍ରକାଶଙ୍କ ନାମକୁ କେବଳ ଅପେକ୍ଷା ରହିଛି । ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିବା ପରେ ବିଜେପି ପକ୍ଷରୁ ତାଙ୍କର ଦଳରେ ମିଶ୍ରଣ ନେଇ ବିଧିବଦ୍ଧ ଭାବେ ଘୋଷଣା ହେବାର ସମ୍ଭାବନା ରହିଛି ।

 

 

Leave A Reply

Your email address will not be published.