Latest Odisha News

BREAKING NEWS

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଜିଲ୍ଲାକୁ ୯ଶହ କୋଟିର ପ୍ରକଳ୍ପ ଭେଟି

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଢେଙ୍କାନାଳ ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀ ଏହାଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟସେବା ପାଇବେ । ସେହିଭଳି ଢ଼େଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି ।  ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ।

ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲ୍‌ଷ୍ଟୋନ୍‌ ହୋଇଥିବା ବେଳେ ବଡ଼ ବଡ଼ ୨ଶହ ହସ୍ପିଟାଲରେ ହିତାଧିକାରୀ ପାଇପାରିବେ ଚିକିତ୍ସା ସୁବିଧା ।  ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ।

Leave A Reply

Your email address will not be published.