Latest Odisha News

ଅଲୋଡ଼ା ହେଲା ଶିଶୁକନ୍ୟା, ବାଡ଼ିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେଉଛି । ତଥାପି କନ୍ୟା ସନ୍ତାନ ହତ୍ୟା ଘଟଣା କମୁନି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳୀ ଗାଁରେ ଦେଖିବାକୁ ମିଳିଛି ଏହି ଅଘଟଣ । ଗାଁର ପାଣିଚପଲ ସାହିରେ ଥିବା ମାଧବ ଚନ୍ଦ୍ର ବିଶ୍ୱାଳଙ୍କ ବାଡ଼ିରେ କେହି ଜଣେ ନବଜାତ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଆଜି ସକାଳୁ ମାଧବଙ୍କ ପରିବାର ଲୋକେ ବାଡ଼ି ସଫା କରୁଥିବାବେଳେ ନବଜାତ ଶିଶୁ କନ୍ୟାଟିର ମୃତଦେହ ପଡ଼ିଥିବା ଦେଖିଥିଲେ । ପରିବାର ଲୋକେ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ସେମାନେ ଏନେଇ କାମାକ୍ଷାନଗର ଥାନାରେ ଖବର ଦେଇଥିଲେ ।

Leave A Reply

Your email address will not be published.