Latest Odisha News

BREAKING NEWS

ଧୋନୀଙ୍କୁ ଭେଟିବା ପାଇଁ ୧୪୩୬ କି.ମି ଚାଲିଲେ ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥାଇ ପାରନ୍ତି। କିନ୍ତୁ ତାଙ୍କର ଅବସର ପରେ ତାଙ୍କ ପ୍ରଶଂସକ ତାଙ୍କଠୁ ଦୂରେଇ ନାହାନ୍ତି। ଧୋନିଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ରାୟ ୧୪୩୬ କିଲୋମିଟର ଚାଲିବା ପରେ ରାଞ୍ଚିରେ ପହଞ୍ଚିଥିଲେ।

ଧୋନିଙ୍କ ପାଇଁ ସମସ୍ତ ସୀମା ଅତିକ୍ରମ କରି ଅଜୟ ଗିଲ ନାମକ ଏହି ବ୍ୟକ୍ତି ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା କରିଛନ୍ତି। ଶେଷ ଥର ପାଇଁ ଅଜୟ ରାଞ୍ଚିରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୧ରେ ଭାଗ ନେବାକୁ (ୟୁଏଇ) ରେ ଅଛନ୍ତି। ଗତଥର ୧୬ ଦିନରେ ଏହି ଦୂରତା ଅତିକ୍ରମ କରିଥିବା ଅଜୟ ଏଥର ୧୮ ଦିନ ମଧ୍ୟରେ ଏହି ଦୂରତା ଅତିକ୍ରମ କରିଥିଲେ। କଠିନ ପରିଶ୍ରମ ପରେ ସେ ଧୋନୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ।

ଧୋନୀ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି କମ୍‌ କରିନଥିଲେ। ସେ ତାଙ୍କୁ ଭେଟିବା ସହ ତାଙ୍କୁ ଫେରିବା ପାଇଁ ବିମାନ ଟିକେଟ କରିଦେଇଥିଲେ। ଏକ ଅଟୋଗ୍ରାଫ୍ ଦେଇଥିଲେ, ଏକ ସେଲ୍ଫି ମଧ୍ୟ ନେଇଥିଲେ।  ଏହାସହିତ ତାଙ୍କ ଫାର୍ମ ହାଉସରେ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଧୋନିଙ୍କ ପ୍ରଶଂସକଙ୍କ ପାଇଁ କରିଥିବା ବ୍ୟବସ୍ଥାକୁ ବହୁତ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.