ଭୁୁବନେଶ୍ୱର: କରେନା ଲଢେଇ ହେଉଛି ଲମ୍ବା ଲଢେଇ । ଏହି ଲଢେ଼ଇ ପାଇଁ ରାଜ୍ୟବାସୀଙ୍କୁ ଆଗକୁ ଅଧିକ ସାବଧାନ ରହିବାକୁ ପଡିବ । ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ବର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି ।
କରୋନାକୁ ନିୟନ୍ତ୍ରଣ ନେଇ ଚାଲିଥିବା ଲଢେ଼ଇରେ ଓଡ଼ିଶା, ରାଜ୍ୟବାସୀଙ୍କ ସହଯୋଗ ଓ ତ୍ୟାଗ ଯୋଗୁଁ ସଫଳ ହୋଇଛି । ଏଥିରେ ପ୍ରତିଟି ରାଜ୍ୟବାସୀଙ୍କ ତ୍ୟାଗ, ପ୍ରତି ପରିବାରର ସହଯୋଗ, ମାଆ ମାନଙ୍କର ତ୍ୟାଗ ଏବଂ ନିଷ୍ଠା ରହିଛି ବୋଲି ନବୀନ କହିଛନ୍ତି ।
ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଗୁଣ ହୋଇ ୧୫ ହଜାରରେ ପହଂଚିଲାଣି । ମୃତ୍ୟୁ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ୫ଶହ ଟପିଲାଣି । ତେବେ ୧୦ ଦିନ ତଳେ ଓଡ଼ିଶାରେ ପଜିଟିଭ କେସ୍ ୪୨ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ କେସ୍ ୬୧ ହୋଇଛି । ରାଜ୍ୟବାସୀଙ୍କ ସହଯୋଗ ଓ ତ୍ୟାଗ ପାଇଁ ମହାମାରୀ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ନବୀନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ପ୍ରତି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.