Latest Odisha News

BREAKING NEWS

ରାଜଧାନୀରେ ଜାରି ରହିବ ଲକ୍‌ଡାଉନ କଟକଣା, ପରିଚୟପତ୍ର ଦେଖାଇ ଅଫିସ ଯାଇପାରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସାରା ଦେଶରେ ଲକ୍ ଡାଉନକୁ ମେ ତିନି ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଏପ୍ରିଲ ୨୦ ତାରିଖରୁ କେତେକ କ୍ଷେତ୍ରରେ କଟକଣା ସାମାନ୍ୟ କୋହଳ କରାଯିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ହଟସ୍ପଟ ଚିହ୍ôନଟ ହୋଇଥିବା ଭୁବନେଶ୍ୱର ସହରରେ ଆସନ୍ତାକାଲିଠାରୁ କୌଣସି ପ୍ରକାର କଟକଣା କୋହଳ କରାଯିବ ନାହିଁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଆସନ୍ତାକାଲିଠାରୁ କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଭିନ୍ନ କାର୍ଯ୍ୟାଳୟ ତଥା ସ୍ଥାନୀୟ ପ୍ରଶାସନ ଅଧୀନସ୍ଥ ଅଫିସ ଗୁଡିକ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ବିଏମସି ପକ୍ଷରୁ ସମୟ କ୍ରମେ କଟକଣାର ସମୀକ୍ଷା କରାଯାଇ ଆଗାମୀ ଦିନରେ କଟକଣା କୋହଳ ନେଇ ବିଚାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେପଟେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଢଙ୍ଗୀ କହିଛନ୍ତି ଆସନ୍ତାକାଲିଠାରୁ ସବୁ କିଛି ବଦଳିଯିବ ବୋଲି ଆଶା କରନ୍ତୁନି । ଏ ନେଇ ସମୀକ୍ଷା ଚାଲିଛି । ତେଣୁ ଏ ଦିଗରେ ଜନସାଧାରଣ ସହେଯାଗ କରିବା ନେଇ ସେ ଅନୁରୋଧ କରିଛନ୍ତି । ଦୋକାନ ବଜାର ଉପରେ କଟକଣା ପୂର୍ବ ପରି ରହିବ । କେବଳ ଏସି କିମ୍ବା ଫ୍ରିଜ ଖରାପ ଥିଲେ କିମ୍ବା ପାଣିମିସ୍ତ୍ରୀ ଘରକୁ ଆସିବା ପାଇଁ ଆପଣଙ୍କୁ ପୋଲିସକୁ ୧୦୦ ନମ୍ବରରେ କଲ୍ କରିବାକୁ ପଡିବ ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ଯାନବାହାନ ଚଳଚଳ ପାଇଁ କୌଣସି ପାସ୍‌ର ଆବଶ୍ୟକତା ନାହିଁ । ସେମାନେ ନିଜର ପରିଚୟ ପତ୍ର ସହ ବିଭାଗୀୟ ମୁଖ୍ୟଙ୍କ ଚିଠି ଦେଖାଇ ଯାତାୟତ କରିପାରିବେ ।

ଭୁବନେଶ୍ୱରର ଆଇଟି ଓ ତତସଂଲଗ୍ନ କମ୍ପାନୀଗୁଡିକ ପୂର୍ବ ଦିନଗୁଡିକ ଭଳି ୱାର୍କ ଫ୍ରମ ହୋମ କରିବେ । ଯଦି ଅତି ଜରୁରୀ ପଡେ ସମସ୍ତଙ୍କୁ ନ ଡାକି ୨୫ ପ୍ରତିଶତ ଲୋକଙ୍କୁ ନେଇ କାମ କରିବାକୁ ସେ କହିଛନ୍ତି ।

ଲକ୍‌ଡାଉନର ଅବଧି ତିନି ତାରିଖ ଯାଏଁ ବୃଦ୍ଧି ହୋଇଥିଲେ ହେଁ କୋଭିଡ୧୯ ଚିହ୍ନଟ ହୋଇ ନଥିବା ଗ୍ରୀନ ଜୋନଗୁଡିକରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.