Latest Odisha News

ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ଦେଶରେ ମହାମାରୀ ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶର ସବୁ ନାଗରିକଙ୍କ ଲାଗି ମାଗଣା କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି।

ତେବେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଦେଶର କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟ ଆଗେଇ ଆସିଛନ୍ତି। କୋଭିଡ-୧୯ ବିରୋଧରେ ଟିକାକରଣ କରିଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତାର ପ୍ରଦାନ କରିବା ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା ଜାଣିବାକୁ ମିଳିଛି।

ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ କେତେକ ବ୍ୟାଙ୍କ ଫିକ୍ସ ଡିପୋଜିଟ୍‌ ଉପରେ ଉପରେ ଅଧିକ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଫର୍‌ ସୀମିତ ସମୟ ପାଇଁ ରଖାଯାଇଛି।

Leave A Reply

Your email address will not be published.