Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଜୀବିକା ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜୀବିକା ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀ କିଭଳି ଠିକ ସମୟରେ ମଜୁରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି। ହିତାଧିକାରୀଙ୍କୁ ନିୟମିତ ଫୋନ କରି ମଜୁରୀ ବାବଦରେ ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜୀବିକା ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ସମ୍ପର୍କରେ ଫିଡବ୍ୟାକ୍ ପାଇଁ ସ୍ବତନ୍ତ୍ର ଭାବରେ କାମ କରିବ ମୋ ସରକାର ସେଲ୍ । ଆଜି ଜୀବିକା ଯୋଜନାର ସମୀକ୍ଷା କରି ଏସବୁ ନିର୍ଦ୍ଦେଶ ଦେଇଛନ୍ତି

Comments are closed.