Latest Odisha News

BREAKING NEWS

ବିହାରରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା: ନିର୍ବାଚନ ପ୍ରତିଶ୍ରୁତିକୁ କ୍ୟାବିନେଟ୍ ମଞ୍ଜୁରୀ

ବିହାର: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଯେବେବି ଭାରତକୁ ଭ୍ୟାକ୍ସିନ୍ ଆସିବ, ବିହାର ଲୋକଙ୍କୁ ମାଗଣାରେ ଦିଆଯିବ ।

ଏହା ସହ ବିହାର କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିଛି । ବେରୋଜଗାର ଯୁବକଙ୍କୁ ରୋଜଗାର ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ବ୍ୟବସାୟ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ସେହିପରି ୨୦ ଲକ୍ଷ ରୋଜଗାର ଦେବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଆଇଆଇଟି ଓ ପଲିଟେକନିକ୍ ସଂସ୍ଥାରେ ଟ୍ରେନିଂ ଗୁଣବତ୍ତା ବୃଦ୍ଧି କରିବା ପାଇଁ ସେଣ୍ଟର ପ୍ରସ୍ତୁତ ପାଇଁ ପ୍ରସ୍ତାବ କ୍ୟାବିନେଟରେ ପାସ୍ ହୋଇଛି ।

Leave A Reply

Your email address will not be published.