Latest Odisha News

BREAKING NEWS

ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି।  ସୁପ୍ରିମକୋର୍ଟ କଲେଜିୟମରେ ପ୍ରସ୍ତାବ ପାସ ହୋଇଛି। ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା ରହିଛି। ଜଷ୍ଟିସ ଏସ୍. ମୂରଲୀଧର ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି।

୧୯୬୧ ମସିହାରେ ଜନ୍ମଗ୍ରହଣ କରିଛନ୍ତି ଏସ୍. ମୂରଲୀଧର। ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି ଜଷ୍ଟିସ ମୂରଲୀଧର। ଗତ ମାର୍ଚ୍ଚ ୬ ତାରିଖରୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି ଜଷ୍ଟିସ ମୂରଲୀଧର।

 

Leave A Reply

Your email address will not be published.