Latest Odisha News

BREAKING NEWS

ପଞ୍ଜାବରେ ବିଗୁଡୁଛି କରୋନା ସ୍ଥିତି, ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ଚଣ୍ଡୀଗଡ଼: ପଞ୍ଜାବରେ ବଢୁଛି କରୋନା ସଂକ୍ରମଣ । ତାସହ କଟକଣା ବି କଡ଼ାକଡ଼ି ହେଉଛି । ପୂର୍ବରୁ ଜାରି ହୋଇଥିଲା ନାଇଟ୍ କର୍ଫ୍ୟୁ । ଏବେ ରାତ୍ରିକାଳୀନ କର୍ଫ୍ୟୁ ସମୟସୀମାକୁ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବପଟେନ୍ ଅମରିନ୍ଦର ସିଂହ । ଏଣିକି ରାତି ୧୧ଟା ନୁହେଁ, ରାତି ୯ଟାରୁ ଲୋକଙ୍କୁ ଘରୁ ବାହାରିବା ମନା । ସକାଳ ୫ଟା ଯାଏ ଲାଗିବ କଟକଣା ।

ଲୁଧିଆନା, ପଟିଆଲା, ମୋହାଲି, ଜଳନ୍ଧର, ଗୁରୁଦାସପୁର, ହୋସିଆରପୁର, କପୁରଥଲା, ରୋପଡ, ଅମୃତସର ଜିଲ୍ଲାରେ କର୍ଫ୍ୟୁ ସମୟ ବୃଦ୍ଧି କରାଯାଇଛି । ଏସବୁ ଜିଲ୍ଲାରେ ଦୈନିକ ଶହେରୁ ଅଧିକ ସଂକ୍ରମିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଦୈନିକ ଶହେରୁ ଅଧିକ କରୋନା କେସ୍ ଆସୁଥିବା ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ।

ପଞ୍ଜାବରେ ଲଗାତାର ବଢୁଛି କରୋନା ପ୍ରକୋପ । ଗତ ୨୪ ଘଣ୍ଟାରେ ପଞ୍ଜାବରେ ୨ହଜାର ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ନେଇଛି ୩୫ ଜୀବନ । ଜଳନ୍ଧର ଜିଲ୍ଲାରେ ସବୁଠୁ ଅଧିକ ୨୭୭ ନୂଆ ପଜିଟିଭ୍ ବାହାରିଛନ୍ତି । ପଞ୍ଜାବରେ କରୋନାରେ ୬ହଜାର ୧୭୨ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.