Latest Odisha News

BREAKING NEWS

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩: ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମଙ୍ଗଳବାର ଏହି ଟିକେଟ କିଣିଛନ୍ତି ।

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ   ପ୍ରଥମ ଟିକେଟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସର୍ବ ଭାରତୀୟ ଫୁଟବଲ ମହାସଂଘର ସାଧାରଣ ସଂପାଦକ ତଥା ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର୍ ଷ୍ଟିମାକ ମଧ୍ୟ ଉପସ୍ଥିତ ଥିଲେ ।  ଏହି ଚାରିଦେଶୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଭାଗନେବେ ।

ଏଫଆଇଏଚ୍ ଓଡିଶା ହକି ବିଶ୍ୱକପ ୨୦୨୩ର ସଫଳତା ପରେ ଭୁବନେଶ୍ୱର ଓ ରାଉରକେଲାରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡିଶାବାସୀଙ୍କ ମଧ୍ୟରେ ଫୁଟବଲ ପ୍ରତି ବହୁତ ଭଲପାଇବା ରହିଛି । ଏହି ଚମତ୍କାର ପ୍ରତିଯୋଗିତାର ଆୟୋଜନ ପାଇଁ ଆଉ ଏକ ସମ୍ମାନ ।  ଏହାସହ ମୁଖ୍ୟମନ୍ତ୍ରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଥିବା ଦଳଗୁଡିକୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶା ପ୍ରଥମ ଥର ପାଇଁ ଇଣ୍ଟରନାଶନାଲ ମେନ୍ସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ତେଣୁ ଅଧିକ ସଂଖ୍ୟ ଫୁଟବଲ ପ୍ରେମୀ ଷ୍ଟାଡିୟମ ଆସି ବ୍ଲୁ ଟାଇଗର (ଭାରତ)କୁ ଚିଅର ଅପ କରିବା ସହ ଖେଳର ମଜା ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Comments are closed.