Latest Odisha News

BREAKING NEWS

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ ।

୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ ସହ ଅବ୍ଦୁଲ ରହମାନ ମକ୍କି ସହ ୧୬ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଭାରତୀୟ ଗୁଇନ୍ଦ ଏଜେନ୍ସି ମଧ୍ୟ ଅବ୍ଦୁଲ ସଲାମ ଭୁଟ୍ଟାବିର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।

୨୦୧୧ରେ ଆମେରିକା ଟ୍ରେଜେରି ବିଭାଗ ଭୁଟ୍ଟାବି ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ଯୋଗାଣ ଓ ଆତଙ୍କବାଦୀଙ୍କୁ ଭର୍ତ୍ତି କରିବା ଅଭିଯୋଗ କରି ପ୍ରତିବନ୍ଧକ ଲଗାଇଥିଲା । ଏପରିକି ମୁମ୍ବାଇ ଆକ୍ରମଣ ଲାଗି ସେ ଉସୁକାଇବା ଭାଷଣ ଦେଇ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିଥିଲା । ୨୦୧୧ରେ ମାନିଥିଲା ୨୦ ବର୍ଷ ଧରି ସେ ଲସ୍କର ଏ ତୋଏବା ଲାଗି କାମ କରି ଆସୁଛି ।

୨୦୧୨ରେ ଜାତିସଂଘ ସୁରକ୍ଷା ପରିଷଦ ଭୁଟ୍ଟାବିକୁ ଆତଙ୍କବାଦୀ ଘୋଷଣା କରିଥିଲା । ୨୦୦୨ରୁ ୨୦୦୮ ମଧ୍ୟରେ ପାକିସ୍ତାନରେ ଲସ୍କର ଏ ତୋଏବାର ମୁଖ୍ୟ ହାଫିଜ୍ ସଇଦ ଅଟକ ଥିବା ବେଳେ ସଂଗଠନ ବୁଝୁଥିଲା ଭୁଟ୍ଟାବି । ସେହି ସମୟରେ ୧୦ ଆତଙ୍କବାଦୀଙ୍କ ସହ ମିଶି ୨୦୦୮ରେ ମୁମ୍ବାଇରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଆମେରିକା ଓ ବ୍ରିଟେନ୍ ନାଗରିକ ଥିଲେ ।

Leave A Reply

Your email address will not be published.