Latest Odisha News

ଏ ମାଟିର ଝିଅଙ୍କୁ ସମ୍ମାନ ଦେଇ ସପୋର୍ଟ କରିଥିଲା ବିଜେଡି: ମୁଖ୍ୟମନ୍ତ୍ରୀ

ବାରିପଦା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି। ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଯେ, ଏ ମାଟିର ଝିଅ, ମୋ ଭଉଣୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ମାନ୍ୟବର ରାଷ୍ଟ୍ରପତି । ବିଜୁ ଜନତା ଦଳ ଏ ମାଟିର ଝିଅଙ୍କୁ ସମ୍ମାନ ଦେଇ ସପୋର୍ଟ କରିଥିଲା ।

ସେହିପରି ବିରୋଧିଙ୍କୁ ଟାର୍ଗେଟ କରି ବିରୋଧୀମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ କହିଛନ୍ତି ଯେ, ଏ ସରକାର ଆପଣମାନଙ୍କ ସରକାର, ଆଦିବାସୀ ଭାଇଭଉଣୀଙ୍କ ସରକାର, ଚାଷୀଭାଇ ଓ ଯୁବପିଢ଼ିର ସରକାର । ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି । ବିଜେପି ମୌକା ପାଇଲେ ମିଶନଶକ୍ତି ବନ୍ଦ, ବି.ଏସ୍‍.କେ.ୱାଇ, ଏସ୍‍.ଡି.ସି. ସବୁ ବନ୍ଦ କରିଦେବ । କିନ୍ତୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି, ତାଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.