Latest Odisha News

ସ୍ବାତୀ ମାଲିଓ୍ବାଲ ମାମଲା, ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ: ଆପ ନେତ୍ରୀ ତଥା ରାଜ୍ୟସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କୋର୍ଟ ବିଭବ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଭବ କୁମାର ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ। ବିଭବଙ୍କୁ ଆଜି ନ୍ୟାୟିକ କୋର୍ଟରେ ହାଜର କରାଯାଇଥିଲା। ପୋଲିସ ତାଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତରେ ନେବାକୁ ଅପିଲ କରିଥିଲା । କୋର୍ଟ ପୋଲିସର ଦାବିକୁ ଗ୍ରହଣ କରି ବିଭବଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଏହାରି ଭିତରେ ବିଭବ କୁମାର କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଏହାଉପରେ କୋର୍ଟ ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଛନ୍ତି କୋର୍ଟ । କୋର୍ଟ ବିଭବ କୁମାରଙ୍କ ଆବେଦନ ଉପରେ ଆସନ୍ତା ୨୭ ତାରିଖରେ ଶୁଣାଣୀ କରିବେ । ସେପଟେ ଦିଲ୍ଲୀ ପୋଲିସ କହିଛି, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ପରିବାର ସଦସ୍ୟ ଏବଂ ଓକିଲଙ୍କୁ ବିଭବଙ୍କୁ ଭେଟିବାକୁ ଅନୁମତି ଦେଇଥିଲୁ। ବିଭବଙ୍କ ଓକିଲ କହିଛନ୍ତି, ଉଭୟ ନ୍ୟାୟିକ ହେପାଜତ ଓ ପୋଲିସର ହେପାଜତ ଅଭିଯୁକ୍ତଙ୍କ ସ୍ବାଧୀନତା ଉପରେ ପ୍ରଭାବ ପକାଇଥାଏ। ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ଅଟେ କିନ୍ତୁ ପୋଲିସ ୪ ଦିନ ପାଇଁ ନ୍ୟାୟିକ ହେପାଜତ ଦାବି କରୁଛି। ବିଭବ କୁମାରଙ୍କ ଓକିଲଙ୍କ କହିବା ଅନୁସାରେ ନ୍ୟାୟିକ ରିମାଣ୍ଡ ହେଉଛି କୋର୍ଟଙ୍କ ଅଧିକାର।

ସେପଟେ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟରେ କହିଛନ୍ତି, ସିସିଟିଭି ଅଭିଯୁକ୍ତଙ୍କ ସପକ୍ଷରେ ନାହିଁ। ଅଭିଯୁକ୍ତ ଦେଇଥିବା ପେନଡ୍ରାଇଭ ମଧ୍ୟ ଖାଲି ଥିବା ଜଣାପଡ଼ିଛି। ତଦନ୍ତ ବେଳେ ଜବତ ହୋଇଥିବା ଡିଭିଆରକୁ ସୁରକ୍ଷିତ ରଖିବା ଆବେଦନ କରାଯାଇଥିଲା । ଯାହା ବିରୋଧରେ ଅତୁଲ ଶ୍ରୀବାସ୍ତବ କହିଛନ୍ତି, ଏହା ଏକ ଆବେଦନ କରିବାର ସ୍ଥାନ ନୁହେଁ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ।

Leave A Reply

Your email address will not be published.