ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଫିଡବ୍ୟାକ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ୨୦୨୧ ଆମ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭ ହୋଇଛି । କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । ସମସ୍ତଙ୍କ ସହଯୋଗ କାମନା କରିବା ସହ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
BREAKING NEWS
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
- ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ
- Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
- ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
Comments are closed.