Latest Odisha News

BREAKING NEWS

ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହେଲେ ଭାରତୀୟ ବଂଶୋଦ୍ଭବ ସମୀରା ଫାଜଲି

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦଳରେ ଭାରତୀୟ-ଆମେରିକୀୟ ସମୀରା ଫାଜଲିଙ୍କୁ ସାମିଲ କରିଛନ୍ତି। ‘ଜାତୀୟ ଅର୍ଥନୈତିକ ପରିଷଦ’ର ଡେପୁଟି ଡାଇରେକ୍ଟର ଭାବରେ କାଶ୍ମୀରର ମୂଳ ଫାଜଲିଙ୍କୁ ବାଇଡେନ ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଶୁକ୍ରବାର ଦିନ ବାଇଡେନ-ହାରିସ ଏହି ଘୋଷଣା କରିଛନ୍ତି। ଉଲ୍ଲେଖ ଥାଉ କି, ଜାତୀୟ ଅର୍ଥନୈତିକ ପରିଷଦ ଆମେରିକାର ରାଷ୍ଟ୍ରପତିଙ୍କୁ ଅର୍ଥନୈତିକ ନୀତି ପରାମର୍ଶ ଦେଇଥାଏ। ଫାଜଲି ହେଉଛନ୍ତି କାଶ୍ମୀରର ଦ୍ୱିତୀୟ ଭାରତୀୟ-ଆମେରିକୀୟ ଯିଏକି ଆଗାମୀ ବାଇଡେନ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହୋଇଛନ୍ତି।
ଏହାପୂର୍ବରୁ କାଶ୍ମୀରର ଆୟେଶା ଶାହାଙ୍କୁ ହ୍ବାଇଟ୍‌ ହାଉସର ଡିଜିଟାଲ ରଣନୀତି ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଜୋ ବାଇଡେନଙ୍କ ଦଳ ପୂର୍ବରୁ ଫାଜଲି ଓବାମା ପ୍ରଶାସନରେ ମଧ୍ୟ ରହିଛନ୍ତି। ଫାଜଲି ହ୍ବାଇଟ୍‌ ହାଉସର ‘ଜାତୀୟ ଅର୍ଥନୈତିକ ପରିଷଦ’ ଏବଂ ଉଭୟ ଘରୋଇ ଅର୍ଥ ଏବଂ ଆନ୍ତର୍ଜାତୀୟ ବ୍ୟାପାରରେ ଆମେରିକାର ଟ୍ରେଜେରୀ ବିଭାଗର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।
ଫଜଲି ପୂର୍ବରୁ ଆଟଲାଣ୍ଟାର ଫେଡେରାଲ ରିଜର୍ଭ ବ୍ୟାଙ୍କରେ ଅବସ୍ଥାପିତ ହୋଇଥିଲେ, ଯେଉଁଠାରେ ସେ ସମ୍ପ୍ରଦାୟ ତଥା ଅର୍ଥନୈତିକ ବିକାଶର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। କାଶ୍ମୀରର ମୂଳ ବାସିନ୍ଦା ସମୀରା ଫାଜଲି ହାୱାର୍ଡ କଲେଜ ଏବଂ ୟେଲ ଲ ସ୍କୁଲରୁ ପାଠ ପଢୁଥିଲେ। ଅଧ୍ୟୟନ ପରେ, ସେ ୟେଲ ଲ ସ୍କୁଲରେ କ୍ଲିନିକାଲ୍ ଅଧ୍ୟାପକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। 
Leave A Reply

Your email address will not be published.