Latest Odisha News

ଡଙ୍ଗା ବୁଡ଼ି ଘଟଣାରେ ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ୱର: ଡଙ୍ଗା ବୁଡ଼ି ଘଟଣାରେ ୨ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା। ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଉଦ୍ଧାର ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଡଙ୍ଗା ବୁଡି ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଘଟଣା ସ୍ଥଳରେ ଆରଡିସି (RDC), ଝାରସୁଗୁଡା ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୭ ନିଖୋଜ ମାନଙ୍କୁ ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ସ୍କୁବା ଡ୍ରାଇଭର ଓ ୨ ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଇଛି। ସୂଚନାଯୋଗ୍ୟ ଯେ ନୌକାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ଆମ୍ବଭୋନା ବ୍ଲକର ପଥରସେନିକୁ ଯାଉଥିଲେ।

Leave A Reply

Your email address will not be published.