Latest Odisha News

BREAKING NEWS

ଶାଳପତ୍ର ଉପରୁ ରୟାଲିଟି ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ କରିବା ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ଶାଳପତ୍ର ବ୍ୟବସାୟୀ ତଥା ଶ୍ରମିକମାନେ ଖୁସି ପ୍ରକଟ କରିଛନ୍ତି।

ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱିଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥାଏ। ଏହି ରୟାଲିଟି ଛାଡ ଫଳରେ ରାଜ୍ୟରେ ଥିବା ପ୍ରାୟ ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଶ୍ରମିକମାନେ ଲାଭବାନ ହେବେ।

ସୂଚନାଯୋଗ୍ୟ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ନେଇଥା’ନ୍ତି ।

Leave A Reply

Your email address will not be published.