Latest Odisha News

BREAKING NEWS

ହାତୀପଲ ଆନ୍ଧ୍ରମୁହାଁ ହେବା ପରେ ରାୟଗଡା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି

ରାୟଗଡା : ରାୟଗଡା ଗ୍ରାମାଞ୍ଚଳରେ ପଶିଥିବା ହାତୀପଲ ଏବେ ଆନ୍ଧ୍ରପ୍ରଦେଶ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଫଳରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି ହେବାରୁ ଗ୍ରାମବାସୀମାନେ ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି ୭ଟି ହାତୀ ଆନ୍ଧ୍ରପ୍ରଦେଶର ବିରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ବାହାରି ଜାନୁଆରୀ ୯ ତାରିଖରେ ଜିଲ୍ଲାର ବୋରୁହଲୁଆ ଓ ଅନିଜା ଗ୍ରାମ ମଧ୍ୟରେ ପ୍ରବେଶ କରିଥିଲେ ।

ଏହି ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ କରି ଦିଆଯାଇଥିଲା ।

ଅନ୍ୟପକ୍ଷରେ ଏହି ହାତୀପଲ ଜନବସତି ଛାଡିବା ପରେ ପୁନଶ୍ଚ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଯୋଗାଇ ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅପରପକ୍ଷରେ ଗ୍ରାମବାସୀ ମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଏକ ବିସ୍ତୃତ ରିପୋର୍ଟ ମଗାଯାଇଛି । ପରବର୍ତ୍ତୀ ସମୟରେ ସେହି ରିପୋର୍ଟକୁ ଆଧାର କରି କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.