Latest Odisha News

BREAKING NEWS

ବାଲେଶ୍ୱର-ଦିଘା ରେଲୱେ ପ୍ରକଳ୍ପକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବାକୁ ପୀୟୁଷ ଗୋଏଲଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ବାଲେଶ୍ୱର-ଦିଘା ବ୍ରୋଡ଼ ଗଜ୍ ରେଲୱେ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଯୋଗୁଁ ଯଥାଶିଘ୍ର ଏହି ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ସମ୍ପର୍କରେ ତଥା ଏଥିପତି ସ୍ୱତନ୍ତ୍ର ଦୃଷ୍ଟିପାତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ସୋମବାର ଦିନ ଏକ ପତ୍ର ଲେଖିଛନ୍ତି । ଏହି ରେଲୱେ ପ୍ରକଳ୍ପଟି ୨୦୧୧ ମସିହାରେ ମଞ୍ଜୁରିପ୍ରାପ୍ତ ହୋଇଥିଲା, ମାତ୍ର ପଶ୍ଚିମବଙ୍ଗ ସରକାରଙ୍କ ଜମି ହସ୍ତକ୍ଷେପ ମାମଲା ଯୋଗୁଁ ଏହି ରେଳବାଇ ପରିଯୋଜନାଟିର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

ନବୀନ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖି ଅବଗତ କରିଛନ୍ତି ଏବଂ ସେ ମଧ୍ୟ ଏହି ପ୍ରକଳ୍ପ ଅନ୍ତର୍ଗତ ରେଳପଥ ଦିଗ ପରିବର୍ତ୍ତନ କରିବା ଲାଗି ପରାମର୍ଶ ଦେଇଥିଲେ, ଯାହାଫଳରେ କି ଏହି ରେଳପଥ ଦେଇ ଓଡ଼ିଶାର ଅନେକ ତୀର୍ଥସ୍ଥାନ ଗୁଡ଼ିକ ଦେଇ ରେଳ ଚଳାଚଳ ହୋଇପାରିବ ।

“ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ରେଲୱେ ପ୍ରକଳ୍ପଟି ବିଗତ ୭ ବର୍ଷ ଧରି କାର୍ଯ୍ୟ ଆରମ୍ଭ ନ’ହୋଇ ସେମିତି ପଡ଼ିରହିଛି, ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଏଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ସହିତ ପ୍ରକଳ୍ପଟି କାର୍ଯ୍ୟକାରୀ ହେବାକୁ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ କାରଣ ରେଳପଥର ଦିଗ ପରିବର୍ତ୍ତିତ ହୋଇପାରିଲେ ଓଡ଼ିଶା ଦେଇ ଏହା ଚଳାଚଳ କରିପାରିବ । ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି କି ଏହି ପ୍ରକଳ୍ପଟିର ଜମି ଅଧିଗ୍ରହଣ ନିମନ୍ତେ ମୋ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବ,” ବୋଲି ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ରେଳପଥ ନିର୍ମାଣ ଲାଗି ୨୦୧୧-୧୨ ମସିହାରେ ୪୧ କିଲୋମିଟର ପଥ ମଞ୍ଜୁରୀପ୍ରାପ୍ତ ହୋଇଥିଲା । ରେଳ ପ୍ରକଳ୍ପଟିର ସମୁଦାୟ ରେଲୱେ କିମି ମଧ୍ୟରୁ ପ୍ରାୟ ୭ କିମି ପଶ୍ଚିମବଙ୍ଗ ଦେଇ ରେଳ ଚଳାଚଳ ପଥ ରହିଥିବା ବେଳେ ଅବଶିଷ୍ଟାଂଶ ଓଡ଼ିଶା ମଧ୍ୟ ଦେଇ ରେଳପଥ ନିର୍ମାଣ ହେବ ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହାର ଦୃଷ୍ଟିପାତ କରି ଉଲ୍ଲେଖ କରିଛନ୍ତି ଯେ, କେବଳ ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣ ବିବାଦ ରହି ଏହା କାର୍ଯ୍ୟକାରୀ ହେବାରେ ବିଳମ୍ଭ ଘଟିଛି ।

Leave A Reply

Your email address will not be published.