Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ନିଜସ୍ୱ ‘ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ସେବାପାଇଁ କେବେ ହେଲେ ଟଙ୍କାର ଅଭାବ ରହିବ ନାହିଁ । ଓଡ଼ିଶାବାସୀଙ୍କ ଟଙ୍କା ଓଡ଼ିଶାବାସୀଙ୍କ ପାଇଁ ଖର୍ଚ୍ଚ ହେଉଛି । ରାଜ୍ୟର ଜଣେ ବି ଗରିବା ଲୋକକୁ ଖାଦ୍ୟ ସୁରକ୍ଷାରେ ବଞ୍ଚିତ ହେବାକୁ ଦିଆଯିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ରାଜ୍ୟରେ ଯେତେବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ଓଡ଼ିଶାର ବହୁଲୋକ ଏହି ସୁବିଧା ପାଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କୁ ମଧ୍ୟ ସେ ଏଥିଲାଗି ବହୁତ ଅନୁରୋଧ କରିଥିଲେ । ସାଧାରଣ ଲୋକମାନେ ଯେତେବେଳେ ତାଙ୍କୁ ଭେଟନ୍ତି, ସେମାନେ ଏଥିପାଇଁ ତାଙ୍କୁ ଅନୁରୋଧ କରନ୍ତି । ଆଜି ଲୋକଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରିପାରିଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ । ରାଜ୍ୟର ୨୫ଲକ୍ଷରୁ ଅଧିକ ଜନତା ଏହି ସୁବିଧା ପାଇପାରିବେ ।

ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାର ହିତାଧିକାରୀ ମାନଙ୍କୁ ଯୋଗାଯୋଗ କରାଯାଇଥିଲା । ରାଜ୍ୟର ବଲାଙ୍ଗୀର, ବାଲେଶ୍ୱର ଓ ମୟୁରଭଞ୍ଜର ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରରେ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.