Latest Odisha News

BREAKING NEWS

ବୋମା ଆକ୍ରମଣ ନେଇ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଖୋର୍ଦ୍ଧା ଏସପିଙ୍କୁ ଭେଟିଲେ

ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ଗାଡ଼ି ଉପରେ ବୋମା ଆକ୍ରମଣ ହୋଇଥିଲା । ଏସମ୍ପର୍କରେ ଖୋର୍ଦ୍ଧା ଏସପି ଦିପ୍ତୀ ରଞ୍ଜନ ରାୟଙ୍କୁ ଆଜି ରିଷଭ ଭେଟିଛନ୍ତି । ସେ ଏସପିଙ୍କୁ ଭେଟିବା ସହିତ ତାଙ୍କ ଗାଡ଼ି ଉପରକୁ ବୋମା ଆକ୍ରମଣ କରିଥିବା ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ଧରିବାକୁ ଅନୁରୋଧ କରିଛନ୍ତି ।

“ମୋ ଗାଡ଼ି ଉପରକୁ ୧୦ରୁ ୧୨ଜଣ ବ୍ୟକ୍ତି ଏକାଠି ହୋଇ ବୋମା ଆକ୍ରମଣ କରିଥିଲେ । ମୋ ଜନପ୍ରିୟତା ବୃଦ୍ଧିରେ ଇର୍ଷାନ୍ୱିତ ହୋଇ ଏହି ବ୍ୟକ୍ତିମାନେ ଏପରି କରିଥାଇପାରନ୍ତି,”ବୋଲି ରିଷଭ କହିଛନ୍ତି ।

ଆବଶ୍ୟକ ପଡ଼ିଲେ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମଧ୍ୟ ରିଷଭଙ୍କୁ ଆଶ୍ୱାସନା ଦେଇଛନ୍ତି ଖୋର୍ଦ୍ଧା ଏସପି । “ଏହି ଘଟଣାର ତଦନ୍ତ ଜାରି ରହିଛି, ଘଟଣାର ସୁରାକ ପାଇବାକୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ଖୁବ୍ ଶିଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ, ବୋଲି କହିଛନ୍ତି ଖୋର୍ଦ୍ଧା ଏସପି” ।

ଏଠାରେ ସୂଚନାଯୋଗ୍ୟ, ବେଗୁନିଆଠାରେ ସୋମବାର ସନ୍ଧ୍ୟାବେଳେ ରିଷଭଙ୍କ ଗାଡ଼ି ଉପରକୁ କେତେଜଣ ଦୁର୍ବୃତ୍ତ ବୋମା ଆକ୍ରମଣ କରିଥିଲେ ।

ଅବଶ୍ୟ ଏହି ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ବୋମା ଆକ୍ରମଣରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

ତେବେ ରିଷଭଙ୍କ ଗାଡ଼ି ଉପରକୁ ଏହି ବୋମା ଆକ୍ରମଣରେ ବେଗୁନିଆର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଂଶ୍ଳିଷ୍ଟ ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.