Latest Odisha News

କେନ୍ଦ୍ରର ବିଜେପି ସରକାର ‘ଫମ୍ପା ମାଠିଆ’ ସଦୃଶ – ନବୀନ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ଫମ୍ପା ମାଠିଆ ସଦୃଶ । ବିଜେପି ଗୋଟିଏ ଦଳ ଯାହାକି ଏକ ଫମ୍ପା ମାଠିଆ ପରି, ପ୍ରଚାରରେ ଜୋରଦାର କିନ୍ତୁ କାର୍ଯ୍ୟରେ ଶୂନ୍ୟ । ଏକଥା କହିଛନ୍ତି ଖୋଦ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରି ଆଜି ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ ।

“ବିଜେପି ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଥିଲା ଯେ, କ୍ଷମତାକୁ ଆସିଲେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଭାଭେ ମାନ୍ୟତା ପ୍ରଦାନ କରିବ । ବିଜେପି କ୍ଷମତାକୁ ଆସିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ଓଡ଼ିଶାକୁ କେନ୍ଦ୍ରର ବିଜେପି ସରକାର କେବେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବ । ତେଣୁ କେନ୍ଦ୍ରର ବିଜେପି ସରକାର ଅଧିକ ଆୱାଜ କରୁଥିବା ଫମ୍ପା ମାଠିଆ ସଦୃଶ । ମୋ ରାଜ୍ୟର ଜନସାଧାରଣ ଭଲଭାବେ ଜାଣିଛନ୍ତି କେଉଁ ସରକାର ରାଜ୍ୟବାସୀଙ୍କ ଲାଗି କାମ କରୁଛି ।” ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଜଧାନୀର ଝରଣାସାହିରେ ବିଜେଡ଼ିର ୧ମାସ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରାର ଶୁଭାରମ୍ଭ କରି ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏକ ଐତିହାସିକ ପଦକ୍ଷେପ । ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଜିଠାରୁ ରାଜ୍ୟବାସୀଙ୍କ ଲାଗି ଆରମ୍ଭ କରିଛନ୍ତି । ରାଜ୍ୟର ୨୫ଲକ୍ଷ ଗରିବ ଲୋଗ ଏହି ସୁବିଧା ପାଇ ଉପକୃତ ହୋଇପାରିବେ । ଲୋକଙ୍କୁ ଦେଇଥିବା ପ୍ରତିଶୃତି ଆମେ ପାଳନ କରୁଛୁ । ତେଣୁ ଜନସାଧାରଣ ଆମ ସହିତ ରହିଛନ୍ତି ।

ବିଜେଡ଼ିର ଏକମାସ ଧରି ରାଜ୍ୟବ୍ୟାପୀ ଏହି ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଦଳର ବରିଷ୍ଠ ନେତୃବଗ ତଥା କର୍ମୀମାନେ ସାଧାରଣ ଜନତାଙ୍କୁ ଅବଗତ କରିବେ । ରାଜ୍ୟ ସରକାରଙ୍କ ଯେଉଁ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଯିବ ସେହି ଯୋଜନା ଗୁଡ଼ିକ ମଧ୍ୟରେ ରହିଛି – ଆମ ଗାଁ ଆମ ବିକାଶ ଯୋଜନା, ଆମ ସହର ଆମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ରାଜ୍ୟର ନିଜସ୍ୱ ଖାଦ୍ୟ ନିରାପତ୍ତା ସ୍କିମ୍ । ଏଥିସହିତ ମିଶନ ଶକ୍ତି, ମହିଳା, ଛାତ୍ରଛାତ୍ରୀ ତଥା କୃଷକମାନଙ୍କ ଲାଗି ୧ ପ୍ରତିଶତ ଋଣ ଯୋଜନା, ବସ୍ତିବାସିନ୍ଦା ତଥା ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ଲାଗି ବିଭିନ୍ନ ଯୋଜନାର ସଫଳତାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବେ ବିଜେଡ଼ିର କର୍ମୀ ଓ ବରିଷ୍ଠ ନେତୃମଣ୍ଡଳୀ ।

Leave A Reply

Your email address will not be published.