Latest Odisha News

ଆରଟିଓର ନୂଆ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରଟିଓର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଉଦଘାଟିତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)୧ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି।୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲ୍ଡିର ତିନୋଟି ମହଲା ରହିଛି । ପ୍ରତ୍ୟେକ ମହଲା ୫୦୦୦ ବର୍ଗଫୁଟ ବିଶିଷ୍ଟ ଅଟେ । ୫ଟି ଅନୁକରଣରେ ନାଗରିକ ସେବାକୁ ଆହୁରୀ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାର ସର୍ବଦା ଚେଷ୍ଟିତ ପୂର୍ବରୁ ବହୁ ସଂଖ୍ୟକ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲ ।

ବିଭିନ୍ନ କାମ ପାଇଁ ଲମ୍ବା ଧାଡିରେ ଠିଆ ହେଉଥିଲେ ଫଳରେ ଲୋକମାନଙ୍କ ସମୟ ନଷ୍ଠ ହେଉଥିଲା । ଉଭୟ ଜନସାଧାରଣ ଓ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏହି ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏପରି ସିଷ୍ଟମ ଯାହାକି ଟୋକନ ଆଧାରରେ ଧାଡି ପରିଚାଳନା ସମାଧାନ କରାଯିବ । ସାଧାରଣତଃ କହିବାକୁ ଗଲେ ଜନସାଧାରଣଙ୍କ ପ୍ରବାହକୁ ତଦାରଖ ଓ ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହା ଉଭୟ ଅନଲାଇନ ଓ ୱାକ ଇନ୍ ଆବେଦନକାରୀଙ୍କୁ ସେବା ଯୋଗାଇଥାଏ । ଟୋକନ ସେବା ପରେ ଲୋକମାନେ ଆରାମରେ ଏସି ୱଟିଂ ରୁମରେ ବସିପାରିବେ।

ଟୋକନ ନମ୍ବର ଘୋଷଣା ପରେ ଯେ କୌଣସି ୱିଣ୍ଡୋକୁ ଯାଇ ସେବା ପାଇପାରିବେ ।ଏହା ଦ୍ୱାରା ଲୋକମାନଙ୍କ ସମୟ ବଞ୍ଚି ପାରିବ। ଅନ୍ୟପଟେ ଏହି ସୁବିଧା ଖୁବ୍ ଶିଘ୍ର ବାଲେଶ୍ୱର,ଭଦ୍ରକ ,କଟକ ,ଗଞ୍ଜାମ ଏବଂ ପୁରୀରେ ଆରମ୍ଭ ହେବ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଶ୍ରୀ ମଧୁସୁଦନ ପାଢୀ ଏବଂ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା ଉପସ୍ଥିତ ଥିଲେ।

Leave A Reply

Your email address will not be published.