Latest Odisha News

ରୋନାଲ୍ଡୋ ଏପରି କଣ କଲେ ଯେ, କୋକା କୋଲା କମ୍ପାନୀର କ୍ଷତି ହେଲା ୨୯ହଜାର କୋଟି !

ବୁଡାପେଷ୍ଟ: ଚଳିତ ୟୁରୋକପ ଫୁଟବଲରେ ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏକ ପ୍ରେସ କନଫେରେନ୍ସରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ବିରକ୍ତ ହୋଇଥିଲେ । ସେ ୨ଟି ବୋତଲ ହଟାଇବା ସହ କୋଲ୍ଡ ଡ୍ରିଙ୍କସ ନୁହେଁ ପାଣି ପିଇବା ଅଭ୍ୟାସ କର ବୋଲି ପରାମର୍ଶ ଦେଇଥିଲେ ।

ତାଙ୍କର ଏହି ପଦକ୍ଷେପ ଯୋଗୁ କମ୍ପାନୀର ଶେୟାର ୫୬.୧୦ରୁ ୫୫.୨୨କୁ ଖସି ଆସିଥିଲା । ଯାହାର ବଜାର ମୂଲ୍ୟ ୨୯ ହଜାର କୋଟି ହେବ । ରୋନାଲ୍ଡୋ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଫିଟ ଖେଳାଳି ହୋଇଥିବାରୁ କମ୍ପାନୀ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥିଲା । ସୂଚନାଯୋଗ୍ୟ, କୋକାକୋଲା ୟୁରୋକପର ମୂଖ୍ୟ ସ୍ପନଶର ।

Leave A Reply

Your email address will not be published.