Latest Odisha News

BREAKING NEWS

ଓଡ଼ିଶାରେ ୩୫ଟି ଆଦର୍ଶ ପୋଲିସ ଷ୍ଟେସନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭୁବନେଶ୍ୱରରେ ଏୟାରପୋର୍ଟ ମଡ଼େଲ ପୋଲିସ ଷ୍ଟେସନ ଉଦଘାଟନ କରିଛନ୍ତି । ଭୁବନେଶ୍ୱରର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଦୃଷ୍ଟିରେ ରଖି ଏହିପରି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲା ଲାଗି ୩୫ଟି ମଡ଼େଲ୍ ପୋଲିସ ଷ୍ଟେସନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପତାକା ହଲାଇ ୧୨ଟି ପିସିଆର୍ ଭ୍ୟାନର ଶୁଭାରମ୍ଭ କରିଛନ୍ତି । ରାଜଧାନୀରେ ଆଗାମୀ ବିଶ୍ୱକପ ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁବିଧା ଲାଗି ତଥା ପୋଲିସ ପ୍ୟାଟ୍ରୋଲିଂ ଲାଗି ଏପରି ଏକ ପଦକ୍ଷେପ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫ଟି ନୂଆ ବୋଲେରୋ ଗାଡ଼ି ସହିତ ୭୦ଟି ମୋଟର ସାଇକେଲ ୩୫ଟି ନୂଆ ଆଦର୍ଶ ଥାନାକୁ ପ୍ରଦାନ କରିଛନ୍ତି । ପୋଲିସର ଗତିଶୀଳତା ତଥା ଦକ୍ଷତା ବୃଦ୍ଧି କରିବାକୁ ଏହିସବୁ ଆଦର୍ଶ ଥାନା ଗୁଡ଼ିକୁ ଅତିରିକ୍ତ ଯାନ ପ୍ରଦାନ କରାଯାଇଛି ।

ସେ ମଧ୍ୟ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଥାନା, ବ୍ରହ୍ମପୁରର ବଡ଼ବଜାର ଥାନା, ଅନୁଗୁଳର ନାଲକୋ ଥାନା, ପୁରୀ ଜିଲ୍ଲାର ପୁରୀ ଟାଉନ ଥାନା, ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା, ସମ୍ବଲପୁର ଜିଲ୍ଲାର କ୍ଷେତ୍ରରାଜପୁର ଥାନା ଏବଂ ରାଉରକେଲାର ପ୍ଲାଣ୍ଟସାଇଡ଼ ଥାନାରେ ଉପସ୍ଥିତ ଥିବା ୭ଟି ଆଦର୍ଶ ଥାନାର ଜନସାଧାରଣଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ଆଦର୍ଶ ପୋଲିସ ଷ୍ଟେସନର ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କହିଥଲେ, ଏହା ଜନସାଧାରଣଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବା ସହିତ ପୋଲିସର କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରେରଣା ଯୋଗାଇବାରେ ସହାୟକ ହୋଇପାରିବ ।

ଏହି ଅବସରରେ ତାଙ୍କ ସ୍ୱାଗତ ଭାଷଣରେ ଓଡ଼ିଶା ପୋଲିସ ଡ଼ିଜିପି ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଜନସାଧାରଣ ପୋଲିସ ନିକଟରୁ ଅନେକ କିଛି ଆଶା ରଖିବା ସହିତ ପୋଲିସର ବର୍ଦ୍ଧିଷ୍ଣୁ କାର୍ଯ୍ୟଭାର ଏବଂ ଚ୍ୟାଲେଞ୍ଜ ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପୋଲିସକୁ ଦକ୍ଷତାର ସହିତ ଏଚାଲିବାକୁ ପଡ଼ିବ ।

ଏହିପରି ଏକ ମଡ଼େଲ ପୋଲିସ ଷ୍ଟେସନର ପରିକଳ୍ପନା ଦେଶରେ ପ୍ରଥମ ବୋଲି ସୂଚନାଦେଇ କହିଛନ୍ତି, ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା । ପରିଶେଷରେ ଭୁବନେଶ୍ୱର-କଟକ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.