Latest Odisha News

BREAKING NEWS

ଏବେ ଛାତ୍ରଛାତ୍ରୀ ବ୍ୟବହାର କରିବେ ହାଲୁକା ସ୍କୁଲ ବ୍ୟାଗ୍, ଏନେଇ କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର : ସ୍କୁଲ ବ୍ୟାଗ ତଥା ବିଭିନ୍ନ ପାଠ୍ୟ ଉପକରଣର ଓଜନ ସମ୍ପର୍କିତ ଏକ ଗାଇଡଲାଇନ ପ୍ରସ୍ତୁତ କରିବା ସହିତ ଏହା ପାଳନ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଲାଗି ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଯେପରି ପରିବହନ ନ କରନ୍ତି ସେଥିପାଇଁ କୌଣସି ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ କରିବାକୁ ଦେବେ ନାହିଁ। ଏ ସମ୍ପର୍କିତ ଏକ ପତ୍ରରେ ମନ୍ତ୍ରଣାଳୟ ନିର୍ଦ୍ଦେଶ ସ୍କୁଲର ପ୍ରିନ୍ସିପାଲ ଓ ପ୍ରଧାନଶିକ୍ଷକ ମାନେ ଯେପରି ନଦିଅନ୍ତି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ନ ଦେବାକୁ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି।

ସେହିପରି ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଭାଷା, ଇଭିଏସ୍ ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ଅତିରିକ୍ତ ବହି, ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ। ଏନ୍ସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତୀତ ଆଉ କୌଣସି ବିଷୟରେ ଶିକ୍ଷାଦେବେ ନାହିଁ।

ଛାତ୍ରଛାତ୍ରୀମାନେ ଅତିରିକ୍ତ ପୁସ୍ତକ ତଥା ଆନୁସଙ୍ଗିକ ପଢା ଉପକରଣ ସାଙ୍ଗରେ ନନେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଗାଇଡଲାଇନ୍ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍ ଓଜନ ୧.୫ କେଜି ରଖାଯାଇଛି। ସେହିପରି ୩ୟ, ୪ର୍ଥ ଓ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ୨ରୁ ୩ କେଜି, ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ କେଜି, ୮ମ ଓ ୯ମ ଶ୍ରେଣୀ ପିଲାଙ୍କ ଲାଗି ୪.୫ କେଜି ଓ ଦଶମ ଶ୍ରେଣୀର ପିଲାମାନେ ଅତିବେଶୀରେ ୫ କେଜି ଓଜନର ବ୍ୟାଗ୍ ପକାଇ ବିଦ୍ୟାଳୟକୁ ଯାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.