Latest Odisha News

BREAKING NEWS

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ କଥା ହେଲେ

ଭୁବନେଶ୍ୱର: ପିପିଲି ଓ ଡେଲାଙ୍ଗବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ବ୍ଲକକୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ମୋଟ୍ ୭୦ କୋଟି ଟଙ୍କାର ପ୍ରକଳ୍ପ । ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପିପିଲି ଓ ଡେଲାଙ୍କବାସୀଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି ଓ ଡେଲାଙ୍ଗର ବିକାଶକୁ ଏସବୁ ପ୍ରକଳ୍ପ ଆଗକୁ ନେବ । ମହିଳା ଓ ଗାଁର ବିକାଶ ଉପରେ ତାଙ୍କ ସରକାର ଫୋକସ କରିଆସିଛି । ଗରିବଙ୍କ ମୁହଁରେ ହସ ଫୁଟାଇବା ତାଙ୍କୁ ଅଧିକ ସନ୍ତୋଷ ଦେଇଥାଏ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ବେଳେ ମିଶନ ଶକ୍ତି ମା’ମାନେ ଭଲ କାମ କରିଛନ୍ତି । କରୋନାକୁ ନ ଡରି ଚାଷୀ ଭାଇମାନେ କାମ କରିଛନ୍ତି । କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ କନଫରେନ୍ସିଂରେ ଆୟୋଜିତ କାର୍ଯ୍ୟାକ୍ରମରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୁରୀ ସାଂସଦ ପିନାକୀ ମିଶର୍, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ କ୍ରୀଡ଼ା ମନ୍ତ୍ରୀତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

Leave A Reply

Your email address will not be published.