Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳିଗଲା ଗ୍ରାମ୍ୟ ଜଙ୍ଗଲ,୨ ହଜାରରୁ ଅଧିକ ଆକାଶିଆ ଗଛ ନଷ୍ଟ 

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗାଁର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇ ଦେଇଛି ଦୁର୍ବୃତ୍ତ । ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ଏରେଣ୍ଡେଇ ଗାଁର ବୈତରଣୀ ନଦୀ କୂଳରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ପାଟଣା ବନାଞ୍ଚଳ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ୨୫ ଏକର ପରିସୀମା ମଧ୍ୟରେ ୧୬ ହଜାର ଆକାଶିଆ ଗଛ ଲଗାଯାଇଥିଲା । ତେବେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଜଙ୍ଗଲରେ କିଏ ଏବଂ କାହିଁ ନିଆଁ ଲଗାଇଲେ ସେନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଦୁର୍ବୃତ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.