ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରୁରେ ସରିଲା । ଆଗକୁ ବାହୁଡା ଯାତ୍ରା । ରଥଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସାରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନେଇ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସମଗ୍ର ବିଶ୍ୱର ନଜର ଆମ ଉପରେ ରହିଛି । ତେଣୁ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ।
ରଥଯାତ୍ରା ଶୃଙ୍ଖଳାର ସହ ଆୟୋଜିତ ହୋଇଥିବାରୁ ସେବାୟତ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ସହଯୋଗ ପାଇଁ ପୁରୀ ବାସିନ୍ଦାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ କରୋନା ନେଗେଟିଭ୍ ଥିବା ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସେବା କରାଯାଉ । ରଥଯାତ୍ରା ଭଳି ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ କିଭଳି ଘରେ ବସି ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସିଧାପ୍ରସାରଣର ବ୍ୟବସ୍ଥା କରୁ ।
BREAKING NEWS
- ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ
- Odia Star Video Viral: ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଓଡ଼ିଆ ହିରୋଇନଙ୍କ ଭିଡିଓ…ଯିଏ ଦେଖୁଛି କହୁଛି ୱାଃ…ଜାଣନ୍ତୁ କିଏ ସେ ଅଭିନେତ୍ରୀ?
- Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆବେଦନ କଲେ ପରିବାର ଲୋକେ…
- WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…
- ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
Comments are closed.