କଟକ: ଆଜି ହେଉଛି ମହାନା ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶ ହୋଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏସ୍ସିବି ମେଡିକାଲର ନବକଳେରବର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ପାଖରେ ମୁଁ ଋଣି ।
ଆପଣମାନଙ୍କ ଯୋଗୁଁ ୨୦ ବର୍ଷ ଧରି ସେବା କରିପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ, କଟକ ସହ ତାଙ୍କ ପରିବାରର ନିବିଡ ସମ୍ପର୍କ ରହିଛି । ବିଜୁ ବାବୁ ଜନ୍ମ ଦନରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ମୁଁ ବହୁତ ଖୁସି । ଏସ୍ସିବିକୁ ବିଶ୍ୱସ୍ତରୀୟ କରାଯିବ । ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି । ଏସସିବି ଭିତ୍ତିଭୂମିର ବିକାଶ ଜରୁରୀ ବୋଲି କହିଛନ୍ତି ନବୀନ ।
BREAKING NEWS
- Vigilance Raid:ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ;ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ସ୍ଥାନରେ ଚଢ଼ାଉ
- ଫ୍ରାନ୍ସରେ ହିଂସାତ୍ମକ ଆନ୍ଦୋଳନ: ଭାରତୀୟ ଦୂତାବାସର ପରାମର୍ଶ – “ସତର୍କ ରୁହନ୍ତୁ “
- Indian embassy issues advisory:’ସତର୍କ ରୁହନ୍ତୁ, ହିଂସାକାଣ୍ଡ ଘଟୁଥିବା ସ୍ଥାନରୁ ଦୂରେଇ ରୁହନ୍ତୁ’: ଫ୍ରାନ୍ସର ବିକ୍ଷୋଭ ମଧ୍ୟରେ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି
- ମା’ଙ୍କ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ; ଏପଟେ ଡିଜେ ବଜାଇଲେ କଡ଼ା କର୍ଯ୍ୟାନୁଷ୍ଠାନ
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ

Comments are closed.