Latest Odisha News

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଫେରିବା ପ୍ରସଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଶୁକ୍ରବାର ସକାଳେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସଙ୍ଗେ ଟେଲିଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ର ତଥା ଶ୍ରମିକ ମାନଙ୍କୁ ନିରାପଦ ଭାବେ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।

BjdElectrycity

ଏନେଇ କେନ୍ଦ୍ରଗୃହମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶ୍ୱାସନା ଦେଇଛନ୍ତି । ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଖୁବ୍ ଶୀଘ୍ର ୟୁକ୍ରେନରୁ ଓଡିଶା ଛାତ୍ର ଓ ଶ୍ରମିକ ମାନଙ୍କୁ ଫେରାଇ ଅଣାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Comments are closed, but trackbacks and pingbacks are open.