Latest Odisha News

BREAKING NEWS

କଳାହାଣ୍ଡି ଧର୍ମଗଡରୁ ଆସିଲା ସାଙ୍ଘାତିକ ଅଭିଯୋଗ,ମୃତକଙ୍କ ନାମରେ ପଡିଛି ଭୋଟ୍

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡରୁ ଆସିଛି ସାଂଙ୍ଘାତିକ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ ମୃତକଙ୍କ ନାମରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ବେଳେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପରିପେଖିରେ ତୃତୀୟ ପର୍ଯ୍ୟାୟ ଭୋଟ ଧର୍ମଗଡ ବ୍ଲକରେ ଗତ ୨୦ ତାରିଖ ଦିନ ଭୋଟ ଗ୍ରହଣ କରାଯାଇଥିବା ବେଳେ । ଭୋଟ ଗ୍ରହଣର ତିନି ଦିନ ପରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି ।ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ଥନଟ ଗ୍ରାମ ରେ ଥିବା ୱାର୍ଡ ନଂ-୮,୯,୧୦ ଓ ୧୧ ରେ ମୃତକ ଙ୍କ ନାମରେ ଅନ୍ୟ କେହି ଫଲ୍ସ ଭୋଟିଂ କରିଥିବା ସରପଞ୍ଚ ପ୍ରାର୍ଥୀ ଥିବା ଡାକେଶ୍ୱର ଲହଜଲ୍ ଓ ଉତ୍ତମ କୁମାର ପାତ୍ର ଲିଖିତ ଭାବେ ଧର୍ମଗଡ ବିଡ଼ିଓ ଙ୍କ ନିକଟ ରେ ଦାଖଲ କରିଛନ୍ତି ।

ଉଦାହରଣ ଭାବେ ୱାର୍ଡ ନଂ-୧୦ ରେ ମୋଟ ଭୋଟର ସଂଖ୍ୟା ୧୯୫ ରହିଥିବା ବେଳେ ଏଠାରେ ୧୯୪ ଜଣ ଭୋଟର ଭୋଟ ଦେଇଛନ୍ତି । ତେବେ ଏହି ୱାର୍ଡ ର ୩ ଜଣ ଭୋଟର କାଦେଲ ନାଏକ ପି: ହଳଧର ନାଏକ, ଭଗତ ମଶ୍ରା ପି:ଅଙ୍ଗଦ ମଶ୍ରା, ଏବଂ ଯୋଗେନ୍ଦ୍ର ମଶ୍ରା ପି:ପ୍ରହଲ୍ଲାଦ ମଶ୍ରା ଙ୍କ ମୃତ୍ୟୁ ହୋଇ ସାରିଛି ।

ସେହି ପରି ୱାର୍ଡ଼ ନଂ-୧୧ ରେ ମଧ୍ୟ ୨ ଜଣ ଭୋଟର ଙ୍କ ମୃତ୍ୟୁ ହୋଇ ସାରିଛି ସେମାନେ ହେଲେ ହାର ତାଣ୍ଡି ସ୍ୱା: ଅରକ୍ଷିତ ତାଣ୍ଡି ଏଵଂ ରାମେଶ୍ବର ସୁନାନୀ ପି: ଲକ୍ଷ୍ମୀ ଧର ସୁନାନୀ । ତେବେ ଉପରୋକ୍ତ ମୃତ ବ୍ୟକ୍ତି ଙ୍କ ନାମରେ ମଧ୍ୟ ଭୋଟ ପଡ଼ି ଥିବା ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପ୍ରାର୍ଥୀ ଦ୍ବୟ ଅଭିଯୋଗ କରିଛନ୍ତି ।

ତିନିଜଣ ଭୋଟର ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସେମାନଙ୍କ ନାମ ରେ ଅନ୍ୟ କେହି ଭୋଟ ଦେଇଥିବାରୁ ଭୋଟ ପୁଲିଙ୍ଗ ସଂଖ୍ୟା ୧୯୪ ହେଉଛି । ମୃତ ବ୍ୟକ୍ତି ଙ୍କ ନାମରେ ଅନ୍ୟ କେହି ଫଲ୍ସ ଭୋଟ ଦେଇଥିବା ଏଥିରୁ ସ୍ପଷ୍ଟ ହେଉଛି ତେଣୁ ଏହି ନିର୍ବାଚନ କୁ ଅସିଦ୍ଧ ଘୋଷଣା କରାଯିବା ସହ ସାନି ମତଦାନ କରାଯିବା ପାଇଁ ଦାବୀ କରା ଯାଇଛି ଏ ସମ୍ପର୍କ ରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଏଵଂ ନିର୍ବାଚନ ନିୟମ କୁ ଅନୁସରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Comments are closed, but trackbacks and pingbacks are open.