Latest Odisha News

ମଦାନଦୀ ଉପରେ ଦୀର୍ଘତମ ବ୍ରିଜ୍ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ମହାନଦୀରେ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱରଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ । ମହାନଦୀ ଉପରେ ଦୀର୍ଘତମ ସେତୁର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ୩.୪ କୋଲିମିଟର ଏହି ସେତୁ ଦ୍ୱାରା ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହୋଇପାରିବ ।

କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଛି ଏହି ଟି-ସେତୁ । ମହାନଦୀ ଉପରେ ରାଜ୍ୟରେ ନିର୍ମାଣ ହୋଇଥିବା ସେତୁ ମଧ୍ୟରେ ଏହା ଦୀର୍ଘତମ । ଏହି ଟି-ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ୟ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ ।

୨୦୧୪ ମସିହାରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ନିର୍ମାଣ କାର୍ୟ୍ୟ ଶେଷ କରିବାରେ ବିଳମ୍ବ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୧ କୋଟି ।

ଏହି ବ୍ରିଜ୍ ଦ୍ୱାରା ଗୋପିନାଥପୁର-ସିଂହନାଥ ପୀଠ-ବୈଦ୍ୟେଶ୍ୱରକୁ ୪୫ କିଲୋମିଟର ଦୂରତା କମିବ । ୫ ଲକ୍ଷ ଲୋକ ଉପକୃତ ହେବେ । ଏହି ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ଯୋଗୁଁ ବଡମ୍ବା ଏବଂ ବାଙ୍କୀ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହେବ ।

Comments are closed.