Latest Odisha News

BREAKING NEWS

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ଦେବେ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର

ଭୁବନେଶ୍ବର : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୁରୀ ହେବାକୁ ଯାଉଛି  । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ  । ସେଠାରେ  ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି  ।

କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ଏହି ମେଡିକାଲ କଲେଜର ନାମକରଣ କରାଯାଇଛି । ପରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆକୁ ଯିବେ ମୁଖ୍ୟମନ୍ତ୍ରୀ  । ସେଠାରେ ଐତିହାସିକ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ  । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.