Latest Odisha News

BREAKING NEWS

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା : ୭ ମାସ ଯାଏଁ ସମୁଦ୍ରରୁ ମାଛ ମାରିବା ମନା , ଚିନ୍ତାରେ ମତ୍ସ୍ୟଜୀବୀ

ପାରାଦୀପ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ମେ ୩୧ ତାରିଖ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଛି । ଧାମରା , ଦେବୀ ଓ ରୁଷିକୁଲ୍ୟା ନଦୀ ମୁହାଣରୁ କେହି ମତ୍ସ୍ୟଜୀବୀ ମାଛ ମାରିପାରିବେ ନାହିଁ । ସମୁଦ୍ର କୂଳରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ କୁହାଯାଇଛି  ।

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସାମୁଦ୍ରିକ ଅଞ୍ଚଳରେ ବି ମାଛ ଧରିବାକୁ ବାରଣ ହୋଇଛି  । ଆଜିଠୁ ୭ମାସ ଯାଏ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଭିତରେ କୌଣସି ମତ୍ସ୍ୟଜୀବୀ ମାଛ ମାରିଲେ ଏହାକୁ ବେଆଇନ ବୋଲି ଧରାଯିବ । ଯାହାକୁ ନେଇ  ମତ୍ସ୍ୟଜୀବମାନେ ଚିନ୍ତାରେ ପଡ଼ିଛନ୍ତି ।

Leave A Reply

Your email address will not be published.