Latest Odisha News

BREAKING NEWS

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ବାତ୍ୟା ନେଇ କରିପାରନ୍ତି ସତର୍କ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ବେଳେ ଭିଡିଓ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । କଣ କହିବେ ତାଉପରେ ନଜର ରହିଛି । ବାତ୍ୟା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ପାରନ୍ତି । ଓଡ଼ିଶା ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ନିଜ ବାର୍ତ୍ତାରେ ସତର୍କ ରହିବା ସହ ସରକାର ନେଇଥିବା ପଦକ୍ଷେପ ବାବଦରେ କହିପାରନ୍ତି ମୁଖ୍ୟମନ୍ତ୍ରୀ ।

ନିକଟରେ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁରକ୍ଷିତ ସାନାନ୍ତର ଉପରେ ଗୁରୁତ୍ୱ ଦେଇଥିଲେ । ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରଙକ୍ ସିଦ୍ଧାନ୍ତ ହେଉଛି ସବୁ ଜୀବନ ମୂଲ୍ୟବାନ ।

ସେହିପରି ରାଜ୍ୟ ଓ ବାହାରକୁ ଅକ୍ସିଜେନ୍ ଯୋଗାଣରେ ସେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ । ଏହାସହ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । େବେ କରୋନା ସମୟ । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ବାତ୍ୟା ମୁକାବିଲା ଚ୍ୟାଲେଞ୍ଜ । ତଥାପି ଗାଇଡଲାଇନ୍ ଭିତରେ ଲୋକଙ୍କୁ ଉଦ୍ଧାର, ଥଇଥାନ ଓ ପୁନରୁଦ୍ଧାର ଉପରେ ଆଜି କିଛି କହିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.