Latest Odisha News

BREAKING NEWS

ଗୋଟିଏ କ୍ଲିକରେ ପଢ଼ନ୍ତୁ ସକାଳର ୫ଟି ଗୁରୁତ୍ୱପୂର୍ଣ୍ଣ ଖବର

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସାମୁଦ୍ରିକ ଝଡ଼ ‘ୟଶ୍’ ଆସନ୍ତା ୨୪ ଘଣ୍ଟା ଅତି ଭୟଙ୍କର ବାତ୍ୟାରେ ପରିଣତ ହେ ବ। ‘ୟଶ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗର ନିକଟ ଉତ୍ତର ଓଡ଼ିଶା ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ୨୬ ଭୋରରେ ପହଞ୍ଚିବ । ବାତ୍ୟା ‘ୟଶ୍’ ୨୬ ଅପରାହ୍ଣରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାତ୍ୟା ‘ୟଶ’ରେ ପରିଣତ ହେଲା ଗଭୀର ଅବପାତ, ଏବେ ପାରାଦୀପ ଠାରୁ ୫୪୦ କିମି…

ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁବିଧା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର । ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ବାତ୍ୟା ପାଇଁ ୧୦ ଜିଲ୍ଲାରେ ଦୁଇ ଦିନ ବଢ଼ିଲା ଦୋକାନ ଖୋଲିବା ସମୟ

ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ। ଏଥିସହ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର୍ କରିଛି ।

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪ ଶହ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏଥିସହିତ ୨ ଲକ୍ଷ ୨୨ ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୪୪୫୪ କରୋନା ଆକ୍ରାନ୍ତ ।

ଦେଶରେ ୪୪ ଶହ ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

ଜୁନ୍‌ରୁ ଆରମ୍ଭ ହୋଇପାରେ ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷଣ। କରୋନା ରୋଗ ପ୍ରତିରୋଧକ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଜୁନ୍‌ରୁ ଟିକା ପରୀକ୍ଷଣ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

ଜୁନ୍‌ରୁ ଆରମ୍ଭ ହୋଇପାରେ ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷଣ

Leave A Reply

Your email address will not be published.