Latest Odisha News

BREAKING NEWS

୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ

ନୂଆଦିଲ୍ଲୀ: ସିକ୍କିମରେ ପ୍ରାୟ ୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବୌଦ୍ଧ ମଠ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଗ୍ୟାଙ୍ଗଟକ ଠାରୁ ୩୦ କିଲୋମିଟର ଦୂରରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ରୁମଟେକ୍ ମଠର ଧର୍ମ ଚକ୍ର କେନ୍ଦ୍ରରୁ ଅତି କମରେ ୩୭ ଜଣ ବୌଦ୍ଧ ସନ୍ୟାସୀ କରୋନା ସଂକ୍ରମିତ ହୋଇଛନ୍ତି।

୬୧ ଜଣ ସାଧୁ ସିକ୍କିମର ଗୁଞ୍ଜାଙ୍ଗ ମଠରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। କରାଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ଏହି ବୌଦ୍ଧ ସନ୍ୟାସୀମାନଙ୍କୁ ସରାମସା ଗାର୍ଡେନ୍‌ରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଗ୍ୟାଙ୍ଗଟକର ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ରବିନ୍ ସେୱା କହିଛନ୍ତି, “ଏହି ମଠକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

Leave A Reply

Your email address will not be published.