Latest Odisha News

BREAKING NEWS

ବାଲେଶ୍ୱରବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଆଜି ଯୋଡ଼ି ହେବ ବାଲେଶ୍ୱର ଜିଲ୍ଲା । ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୋଲସ୍ ଲାଇନ୍ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ସେଠାରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ ।

ଈଝକଣ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ବାଲେଶ୍ୱର ଜିଲ୍ଲାର ମୋଟ୍ ୧୯ଲକ୍ଷ ୩୧ହଜାରରୁ ଅଧିକ ହିତାଧିକାରୀ । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୨୧ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ପରେ ଅବଶିଷ୍ଟ କାର୍ଡ ବଣ୍ଟନ କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ପାଇଁ ୩୬୬ କୋଟି ଟଙ୍କା ବ୍ୟୟରେ ୭୭ଟି ପ୍ରକଳ୍ପର ଉଦଘାଟନ କରିବେ । ଏଥିସହ ୧୧୮୬ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.