Latest Odisha News

BREAKING NEWS

ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କେତେ ବାଘ ଅଛନ୍ତି ? ଆଜିଠୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି ।

ଆଜି ସାଉଥ ଜୋନରେ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ନର୍ଥ ଜୋନରେ ଗଣତି ହେବ । ବାଘର ଫୁଟ୍ ପ୍ରିଣ୍ଟ ଓ ଟ୍ରାପ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲିଛି ବ୍ୟାଘ୍ର ଗଣନା । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ୫୦୦ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି ।

ଏଥିରେ ଏସଟିଆର, ଡିଏଫଓ ସମେତ ସମସ୍ତ ବିଟ୍‌ର ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି । ଆସନ୍ତା ସାତ ଦିନ ଯାଏ ଚାଲିବ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ମୋଟ୍ ୪ଟି ପର୍ଯ୍ୟାୟରେ ଗଣତି କରାଯିବ ।

Leave A Reply

Your email address will not be published.