Latest Odisha News

BREAKING NEWS

ହିଞ୍ଜିଳିରେ ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ବହୁ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡ଼ିଓ କନଫରେନ୍ସିଂରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳିକାଟୁବାସୀଙ୍କୁ ମୋଟ୍ ୨୮ କୋଟି ୫୭ହଜାରଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ୍ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନର ଉଦଘାଟନ କରିବେ । ସେହିପରି ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଏହାସହ ୧୩କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା, ଦେଉଳିବନ୍ଧର ସୌନ୍ଦର୍ଯ୍ୟକରଣ  ନୂତନ କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.