Latest Odisha News

BREAKING NEWS

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡ଼ିଶାର ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ସରକାର । ଆସନ୍ତାକାଲି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମ୍ଭାବନା ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଦାୟର କରିଥିବା ଏହି ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟନଗରମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ଡକ୍ଟର ଏମ.ଏଚ.ଜୱାହରଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍‌. ରମେଶକୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପିଟିସନରେ ଓଡ଼ିଶା ସରକାର ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ୧୯୬୮ ମସିହାରେ ସ୍ଥିତାବସ୍ଥା ଜାରି ପାଇଁ ନିର୍ଦେଶ ଦେଇଥିଲେ । ସେହିପରି ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏବେ ଆନ୍ଧ୍ର ପ୍ରଦେଶ ସରକାର ଆଦେଶକୁ ଉଲ୍ଲଂଘନ କରିଛନ୍ତି । ଆସନ୍ତା ୧୩ ଏବଂ ୧୭ ତାରିଖରେ କୋଟିଆର ତିନିଟି ଗ୍ରାମରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିଥିବାରୁ ମାମଲାର ତୁରନ୍ତ ଶୁଣାଣି ହୋଇପାରେ ।

Leave A Reply

Your email address will not be published.