Latest Odisha News

BREAKING NEWS

ଓଡିଶା ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଓଡିଶା ଦିବସର ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷମାନଙ୍କ ପ୍ରତି ସେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ବରପୁତ୍ରମାନଙ୍କର ପ୍ରତି ସେ ସମ୍ମାନ ଜଣାଇଛନ୍ତି । ଓଡିଶା ବିକାଶର ବିଭିନ୍ନ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ରାଜ୍ୟବାସୀଙ୍କ ସହଯୋଗରେ ଆଗରେ ରହିଛି । କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଓଡିଶାବାସୀ ଏକାଠି ନିଶ୍ଚୟ ବିଜୟ ହେବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଥିବା ସେ କହିଛନ୍ତି ।

ଏଥି ସହିତ ସେ ସମସ୍ତ ଓଡିଆଙ୍କୁ ଦୃଢତାର ସହ କରୋନା ମୁକାବିଲା କରିବା ତଥା ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଓଡିଆମାନେ ଏକତା, ବୀରତ୍ୱ ଓ ସ୍ୱାଭିମାନପଣିଆ ପାଇଁ ପରିଚିତ । ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନିପଣିଆ ଦୁନିଆକୁ ଦେଖାଇବାର ସମୟ ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.