Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ମେ’କୁ ଘୁଞ୍ଚିଲା ଜେଇଇ(ମୁଖ୍ୟ) ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ-୧୯ ଲକଡାଉନ ଯୋଗୁଁ ଜେଇଇ(ମୁଖ୍ୟ)୨୦୨୦ ପରୀକ୍ଷା ମେ’ ମାସ ଶେଷ ସପ୍ତାହରେ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଙ୍ଗଳବାର ଦିନ ନୋଟିସ ଜାରି କରିଛି ।

ଆଗାମୀ ସମୟରେ ସ୍ଥିତିର ଆକଳନ କରିବା ପରେ ପରୀକ୍ଷାର ସଠିକ ତାରିଖ ଘୋଷଣା କରାଯିବ । “ଆମେ ଅତିଶୀଘ୍ର ପରିସ୍ଥିତି ସାମାନ୍ୟ ହେବାର ଆଶା ରଖିଛୁ । କିନ୍ତୁ ଆମେ ଏବେ ପରିସ୍ଥିତିକୁ ଅତି ନିକଟରୁ ନଜର ରଖିଛୁ ସ୍ଥିତିରେ କିଛି ପରିବର୍ତ୍ତନ ଆସିଲେ ଆମେ ସୂଚୀରେ ପରିବର୍ତ୍ତନ ଆଣିପାରୁ ।”, ଏନଟିଏ ମହାନିର୍ଦ୍ଦେଶକ ବିନୀତ ଯୋଶୀ କହିଛନ୍ତି ।

ଅପଡେଟ ରହିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ WWW.ieemain.nta.nic.inWWW.nta.ac.in କୁ ଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.