Latest Odisha News

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ସାନିଆ ମିର୍ଜାଙ୍କ ଜବାବ୍‌; କହିଲେ ମୁଁ ମୋ ଦେଶ ପାଇଁ ୧୦୦% ଦେଇ ଆସିଛି  

ନୂଆଦିଲ୍ଲୀ : ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସାନିଆ ମିର୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ଦେଇଛନ୍ତି । ବାସ୍ତବରେ ସେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସାନିଆ ମିର୍ଜା ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖାଯାଇଥିବା ଚିଠିର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ ‘ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ସମ୍ମାନିତ ପ୍ରଧାନମନ୍ତ୍ରୀ ମୋତେ ଏକ ଚିଠି ଲେଖି ଉତ୍ସାହିତ କରିଥିବାରୁ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ସାନିଆ ମିର୍ଜା ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ ମୋ ଦେଶ ପାଇଁ ସର୍ବଦା ଶତପ୍ରତିଶତ (୧୦୦%) ଦେଇ ଆସିଛି ଏବଂ ଆଗକୁ ମଧ୍ୟ ଜାରି ରଖିବି  । ଭାରତକୁ ଗର୍ବିତ କରିବା ପାଇଁ ମୁଁ ମୋର ୧୦୦ ପ୍ରତିଶତ ଦେବି  ।ଏହି ସହାୟତା ପାଇଁ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ …

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ନିକଟରେ ଟେନିସରୁ ବିଦାୟ ନେଇଥିଲେ । ସେ ବର୍ତ୍ତମାନ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମେଣ୍ଟର ଭୂମିକାରେ ଅଭିନୟ କରୁଛନ୍ତି।

 

Leave A Reply

Your email address will not be published.