ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । କରୋନା ସଂକ୍ରମିତ ହୋଇଥିବା ନେତାଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମନ୍ତ୍ରୀ ପଦ୍ମିନୀ ଦିଆନ୍ ସାଂସଦ ରମେଶ ମାଝୀ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ପ୍ରଶାନ୍ତ ମୁଦୁଲିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ସାଂସଦ ଶ୍ରୀ ରମେଶ ମାଝି, ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ ଓ ଶ୍ରୀ ପ୍ରଶାନ୍ତ ମୁଦୁଲି କୋଭିଡ ସଂକ୍ରମିତ ହୋଇଥିବା ଜାଣି ଫୋନ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେଲି। ସମସ୍ତଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) September 4, 2020
ଗତ କିଛି ଦିନ ଭିତରେ ରାଜ୍ୟରେ ଦୁଇ ଜଣ ମନ୍ତ୍ରୀ ଓ ସାତ ଜଣ ବିଧାୟକ କରୋନା ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ବିଧାୟକ ପଜିଟିଭ୍ ବାହାରୁଥିବାରୁ ଚିନ୍ତା ବଢିଛି ।
Comments are closed.