Latest Odisha News

ଗୁଡ ନ୍ୟୁଜ୍: ଋଷ ଟିକା ସୁରକ୍ଷିତ, ତିଆରି କରୁଛି ଆଣ୍ଟିବଡି

ମସ୍କୋ: କରୋନା କାଳରେ ପୁଣି ଏକ ଭଲ ଖବର ସାମନାକୁ ଆସିଛି । ମେଡିକାଲ ଜର୍ଣ୍ଣାଲ୍ ଲାନସେଟ୍ ଦେଇଥିବା ଏମିତି ଖବର ସାରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଇଛି । ରିସର୍ଚ୍ଚରୁ ଜଣା ପଡିଛି ଋଷ ତିଆରି କରିଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ସୁରକ୍ଷିତ। ଟ୍ରାଏଲରୁ ସଫଳତା ମିଳୁଛି ।

ଲାନସେଟ୍ ପକ୍ଷରୁ ପ୍ରକାଶ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସ୍ପୁଟନିକ୍-V କମ୍ ସଂଖ୍ୟାରେ ଲୋକଙ୍କ ଉପରେ ପରୀକ୍ଷଣ ହୋଇଥିଲା । ବେଶୀ କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ପରୀକ୍ଷଣ କରାଯାଇଥିବା ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ରିସର୍ଚ୍ଚ ପରେ ଏହି ତଥ୍ୟ ଦେଇଛି ଦି ଲାନସେଟ୍ ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୭୬ ଜଣ ଲୋକଙ୍କ ପାଖରେ ହୋଇଥିଲା । ଏହାର ୨୧ ଦିନ ଭିତରେ ସମସ୍ତଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ଟିକା ମଣିଷ ଶରୀରରେ ୨୮ ଦିନ ଭିତରେ ଟି-ସେଲ୍ ସୃଷ୍ଟି କରୁଛି ।

ଋଷର ଦୁଇଟି ହସ୍ପିଟାଲରେ ଟିକାର ପରୀକ୍ଷଣ କରାଯାଇଥିଲା । ୧୮ରୁ ୬୦ ବର୍ଷ ଭିତରେ ସୁସ୍ଥ ଲୋକଙ୍କ ଦିଆଯାଇଥିଲା ସ୍ପୁଟନିକ୍-V । ଗତ ମାସରେ ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ୍-V ନେଇ ଘୋଷଣା କରିଥିଲା ଋଷ । ଏହାପରେ ଏହାର ସଫଳତା ନେଇ ସାରା ବିଶ୍ୱର ପ୍ରଶ୍ନବାଚୀ ଉଠିଥିଲା ।

Leave A Reply

Your email address will not be published.