Latest Odisha News

BREAKING NEWS

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।

BjdElectrycity

ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯିବା ପରେ ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ମାର୍ଟ କ୍ଲାସ ରୁମରେ ପାଠପଢ଼ାର ବ୍ୟବସ୍ଥା କରାଯାଇଛି। ଇ-ଲାଇବ୍ରେରୀ କରାଯିବା ସହ ଆଧୁନିକ ବିଜ୍ଞାନଗାର ପ୍ରତିଷ୍ଠା କରାଯାଇଛି। ଖେଳ ପଡ଼ିଆ, କମ୍ପ୍ୟୁଟର ଲ୍ୟାବ୍, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ର ୬୭ଟି ବିଦ୍ୟାଳୟ ସହ ନବରଙ୍ଗପୁରର ୧୨ଟି, ବାଲେଶ୍ୱରର ୨୪ଟି, କଳାହାଣ୍ଡିର ୧୦ଟି ଓ କଟକର ୩୦ଟି ହାଇସ୍କୁଲ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୫ଟାରେ ଭିଡ଼ିଓ କନଫରେନସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରେ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.